ଯୁବଗୋଷ୍ଠୀଙ୍କୁ ଟିକାକରଣ ପ୍ରତି ଆକୃଷ୍ଟ କରିବାକୁ ବିଏମସିର ନୂଆ ପଦକ୍ଷେପ। ଏଣିକି ପୂର୍ବଭଳି ପୁଣି ଥରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲକୁ ଟୀକାକରଣ କେନ୍ଦ୍ର କରାଯିବ। ଏଥିରେ କେବଳ 18ରୁ 59 ବର୍ଷ ବୟସ ବର୍ଗଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଜାମି ମିଶ୍ର । ସେ କହିଛନ୍ତି ଯେ, ଏହି ବର୍ଗରେ ଅଧିକାଂଶ ଯୁବଗୋଷ୍ଠୀ ର ଥିବା ଜଣାପଡିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଭବାନୀ ମଲ, ଏସପ୍ଲାନେଡ଼, ଡି ଏନ ରେଗାଲିଆ ଓ ଉତ୍କଳ କନିକା ଗ୍ୟାଲେରିଆ ଭଳି ମଲରେ କରାଯାଇଥିଲା କୋଭିଡ୍ ଟିକାକରଣ କେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ବୈଷୟିକ ସହାୟକଙ୍କୁ ସାମିଲ କରି ଖୁବଶୀଘ୍ର ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯିବ।

