News portal website
before header
[URIS id=5393]

“କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ” – ବିଧାୟକ ବିଜୟ ଶଙ୍କର ଦାସ

0 235

ଗତ କିଛିଦିନ ଧରି ବିବାଦ ଘେରରେ ଥିବା ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏବେ ମୁହଁ ଖୋଲିଛନ୍ତି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ଏତଦ୍ ବ୍ୟତୀତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି । ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏ ଯାଏଁ ମୋତେ କ୍ରାଇମବ୍ରାଞ୍ଚରୁ ନୋଟିସ ଆସିନି । ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ବିଜୟଙ୍କ ବାନ୍ଧବୀ ତାଙ୍କ ବିରୋଧରେ ପୁଲିସ ନିକଟରେ ସେକ୍ସ କାରବାର ଚଳାଉଥିବା ଅଭିଯୋଗ ଆଣିଥିଲେ। ଆଉ ଏହି ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲେ ।

Notice
Leave A Reply

Your email address will not be published.