News portal website
before header
[URIS id=5393]

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

0 260

ଭୁବନେଶ୍ବର:

ତା-୧-୧୨-୨୦୨୦

 ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ରାଜନୈତିକ ବୟାନ ବାଜି ଜାରି ରହିଛି। ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜନବିରୋଧୀ କାର୍ଯ୍ୟର ପ୍ରମାଣ ଦିଅନ୍ତୁ ସରକାର। ଦଳ ପକ୍ଷରୁ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜନ ବିରୋଧୀ କାର୍ଯ୍ୟର ହିସାବ ଦିଆଯାଇଛି।

ଏହି ପ୍ରେସ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି, ” ଓଡ଼ିଶାବାସୀଙ୍କୁ ବୋକା ଭାବି ଭୁତାଉଛନ୍ତି ତିନି ତିନି ଥରର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ଭାବି ଜାଇଁ ଟାଟା କମ୍ପାନୀର ଜଣେ ଉଚ୍ଚ ପଦସ୍ଥ ଅଧୁକାରୀ । ସିଏ ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରହନ୍ତି । ଯେତେବେଳେ କି ଟାଟା କମ୍ପାନୀ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି ଯେ , ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ , ବହୁ ଯୁବକ ଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି । -ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ଓଡ଼ିଶାବାସୀ ମୂର୍ଖ ? ତା ନ ହୋଇଥିଲେ ଏପରି ହାଇପ୍ରୋଫାଇଲ୍ ଠକାମୀକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାଡେନି । ଏହା ଧୋକା ନୁହେଁ ତ ଆଉ କ’ଣ ?

-ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା , ଲୋକମାନେ ମରୁଥିଲେ , କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ , ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ ।

-ପ୍ରଦୀପ ପାଣିଗ୍ରାହୀ ନିଜର ଅୟସ ପାଇଁ ଉଡ଼ାଉ ଥିବା ଟଙ୍କା କାହାର ଥିଲା ?

-ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ ?

-ଏହା ଓଡ଼ିଶାବାସୀଙ୍କ ଝାଳ ବୁହା ଟଙ୍କା ଥିଲା , ଯାହା ସେ ବେଧଡ଼କ ଭାବେ ଖର୍ଚ୍ଚ କରୁଥିଲେ । ଏହି ଟଙ୍କା ସେଇମାନଙ୍କର ଯେଉଁମାନେ ଦିନରାତି ଏକ କରି ଉପାର୍ଜନ କରିଥିବା ଟଙ୍କାକୁ ଟାଟାରେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଟେକି ଦେଇଥିଲେ । -ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ ?

-ତିନି ତିନି ଥର ବିଧାୟକ , ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଏସ୍‌ ଅଧୁକାରୀ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବି କୂଇଁକୁ ଟାଟା କମ୍ପାନୀର ଫେକ୍ MD କରିପାରନ୍ତି , ନିଜର ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସେପରି ଲୋକଙ୍କୁ କଣ କୁହାଯିବ ।

-ଏପରି କଦର୍ଯ୍ୟ ଲୋକଙ୍କୁ କଣ କୁହାଯିବ ?

-ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା , ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ବାର୍ଥ ପାଇଁ ଆରାମ ଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ କରିଛନ୍ତି । ଯାହା ଦ୍ଵାରା ଶଶୁର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ ।

-ନିଜର ଭାବି ଜାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର MD ଭାବେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାକିରିରେ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିଲେ ।

-ଏତେସବୁ ପରେ ବି ନିର୍ଲଜ ପରି ପ୍ରଦୀପ କହୁଛନ୍ତି , ଆକାଶ ଟାଟା କମ୍ପାନୀର ରିୟଲ୍ MD । ଯଦି ଆକାଶ MD ବୋଲି ପ୍ରମାଣ ନ କରିପାରିବେ , ସେ ଓଡ଼ିଶା ଛାଡ଼ିଦେବେ ।

-ପ୍ରେସମିଟ୍ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କର ବିରୋଧରେ ନ ଯିବାକୁ ପରୋକ୍ଷରେ ଧମକେଇ ଥିଲେ ପ୍ରଦୀପ । ଓଡ଼ିଶାବାସୀ ତାଙ୍କ ଚାଲ୍ ଜାଣିସାରିଛନ୍ତି ଏବଂ ଏପରି ଧୋକାବାଜକୁ ସେମାନେ ଛାଡ଼ିବେ ନାହିଁ ।

-ଯେଉଁମାନ ତୁମକୁ ଭରସା କରି ନିଜର ସୁରକ୍ଷା ପାଇଁ ଭୋଟ୍ ଦେଇଥିଲେ , ଶେଷରେ ସେଇମାନଙ୍କ ସହ ବିଶ୍ବାସଘାତକ କରିବାକୁ ପଛେଇଲେନି ପ୍ରଦୀପ ।

-ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡି ଦଳର ଏକମାତ୍ର ଉଦ୍ଦେଶ୍ୟ ।

ପ୍ରଦୀପ ପାଣିଗ୍ରାହୀ ପରି ହୀନ ବ୍ୟକ୍ତି , ଯିଏ ନିଜର ସ୍ୱାର୍ଥ ପାଇଁ ଭାବି ଜାଇଁକୁ ବ୍ୟବହାର କରିପାରେ , ନିଜର ନିର୍ବାଚନ ମଣ୍ଡଳିବାସୀଙ୍କୁ ଧୋକା ଦେଇପାରେ ଏବଂ ଓଡ଼ିଶାବାସୀଙ୍କୁ ବେଧଡ଼କ ଭାବେ ମିଛ କହିପାରେ , ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ।”

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.