News portal website
before header
[URIS id=5393]

ପରୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିବେ ବୋଥ୍ରା

0 171

ଭୁବନେଶ୍ବର: 

ତା-୧-୧୨-୨୦୨୦

ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ଆଗକୁ ବଢିବ। । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ଏସଆଇଟି ଗଠନ କରାଯାଇଛି । ତେବେ ଏହାର ତଦନ୍ତ ପାଇଁ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ ଆଜି ନୟାଗଡର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ । ବିରୋଧୀଙ୍କ ଦାବି ଓ ପରୀକୁ ନେଇ ବିଧାନସଭା ଅଚଳ  ହେବା ପରେ ସରକାର ଘଟଣାର ଏସଆଇଟି ଗଠନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ମାମଲା ଥମିବାର ନାଁ ନେଉନି । ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.