News portal website
before header
[URIS id=5393]

ପରୀ ପ୍ରସଙ୍ଗରେ କଂଗ୍ରେସ ଦି ଭାଗ

0 220

ଭୁବନେଶ୍ୱର: 

ତା-୩୦-୧୧-୨୦୨୦

ପରୀ ହତ୍ୟା ପ୍ରସଙ୍ଗରେ ନ୍ୟାୟ ଦାବିରେ ପ୍ରଥମେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଭିନ୍ନ ମତ ପ୍ରକାଶ କରିଛନ୍ତି। ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ ସରକାର।  ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ।‘ ସୁର ଆହୁରି କହିଛନ୍ତି, ‘ପିସିସି ସଭାପତି କହିଥିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ। ନରସିଂହ-ନିରଞ୍ଜନ କଥାହେଲେ, ଆମକୁ ଓହରିଯିବାକୁ କହିଲେ। ହେଲେ ଏସ୍ଆଇଟି ତଦନ୍ତରେ ମୁଁ ଖୁସି ନୁହେଁ। ‘ ପରୀ ହତ୍ୟା ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ସୁର ରାଉତରାୟ। ଏପଟେ ସୁରଙ୍କ ‘ମ୍ୟାନେଜ’ ମନ୍ତବ୍ୟରେ ସାଲୁଜାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇ କହିଛନ୍ତି  ,ସୁର ଭାଇ ଯଦି ଏମିତି କହିଥିବେ, ତାହା ଗୁରୁତ୍ୱପୂର୍ଣ୍ଣ କଥା; ଯଦି ଏଭଳି ହୋଇଛି, ନିଶ୍ଚିତ ଭାବେ ହାଇକମାଣ୍ଡଙ୍କ ପାଖକୁ ଯିବୁ; ଦଳକୁ ବଞ୍ଚାଇବୁ ‍‍ବୋଲି କହିଲେ ସାଲୁଜା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.