News portal website
before header
[URIS id=5393]

ଆସିଲା ଡିସେମ୍ବର ଗାଇଡଲାଇନ : ଜାଣନ୍ତୁ କଣ ଖୋଲିବ ଓ ବନ୍ଦ ରହିବ

0 367

ଭୁବନେଶ୍ୱର:

ତା-୩୦-୧୧-୨୦୨୦

 ଡିସେମ୍ବର ମାସ ପାାଇଁରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ।  ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ୍‌ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ  କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି।

ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା

-ଡିସେମ୍ବର ୩୧ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ
-ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା
-ହଲ୍‌ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
-ବାହାଘର ଉତ୍ସବରେ ସର୍ବାଧିକ ୨୦୦ ବ୍ୟକ୍ତିଙ୍କୁ ଅନୁମତି
-ଅନ୍ତ୍ୟେଷ୍ଟି କ୍ରୀୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି
-ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ହଲରେ ୫୦% କ୍ଷମତାରେ ମିଳିବ ଅନୁମତି
-ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ବାଞ୍ଛନୀୟ

-ଡିସେମ୍ବର ୧ରୁ ମେଡିକାଲ କଲେଜ ଖୋଲିବ।

-ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବେ ଗଣଶିକ୍ଷା ,ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ବିଭାଗ।

-ସିନେମା ହଲ, ମଲ୍ଟିପ୍ଲେକ୍ସ, ସ୍ୱିମିଂ ପୁଲ, ଆସେମ୍ବଲି ହଲ ଏସବୁ ବନ୍ଦ ରହିବ।

-ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଓ ମୁନିସିପାଳିଟି କମିଶନର ନିଷ୍ପତ୍ତି ନେଇପାରିବେ। ଏନେଇ ଅନୁମତି ଦେଇ ପାରିବେ ବୋଲି ସରକାରୀ ବିଜ୍ଞପ୍ତି ରେ କୁହାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.