News portal website
before header
[URIS id=5393]

ପ୍ରଦୀପଙ୍କ ସମର୍ଥନରେ ବାହାରିଲେ ବିଜୟ ମହାପାତ୍ର

0 278

ଭୁବନେଶ୍ବର: 

ତା-୩୦-୧୧-୨୦୨୦

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ପ୍ରଦୀପଙ୍କ ସମର୍ଥନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତକଥା। ରାଜ୍ୟରେ ଅଫିସର ରାଜ ଚାଲିଛି। ମୁଷ୍ଟିମେୟ ଅଫିସରଙ୍କ ଔଦ୍ଧତ୍ୟ ଓ ଅହଙ୍କାର ବଢ଼ିଯାଇଛି। ଏକଥା ସମସ୍ତେ ଜାଣିଛନ୍ତି। ପୂର୍ବରୁ ମୁଁ ଏହି କଥା କହିଥିଲି, ଏବେ ପ୍ରଦୀପ କହିଛନ୍ତି।” ସେ କହିଛନ୍ତି-“ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟ ଅତ୍ୟନ୍ତ ଅମାନବିକ। ଅଭୟ ପାଠକ କେତେକାମ କରୁଥିଲେ, ସେ କଥା କଣ କେହି ଜାଣିପାରୁନଥିଲେ? ସମସ୍ତେ ସବୁ କଥା ଜାଣୁଥିଲେ। କେତେକ ଅଫିସରଙ୍କ ଅହଂକାରରେ ବସବର୍ତ୍ତି ହୋଇ ପ୍ରଦୀପକଙ୍କୁ ମୋହରା କରାଯାଇଛି। ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ। ସେ ବୁଝିବା ଦରକାର।”

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.