News portal website
before header
[URIS id=5393]

ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଚାଲିଛି ୫୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତି

0 164

ଆଜି ଦେଶକୁ ମିଳିବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଭୋଟ ଗଣତି ଜାରି ରହିଛି । ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ । ଫଳାଫଳ ଆସିବା ପୂର୍ବରୁ ତାଙ୍କ ଗାଁ ରାଇରଙ୍ଗପୁରର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଦ୍ରୌପଦୀ ମୁର୍ମୁ ହେବେ ଭାରତର ରାଷ୍ଟ୍ରପତି। ତା’ଙ୍କ ନିଜ ଗାଁ ନାଉଝୋଡ଼ା ଓ ସାରା ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦରେ ଅପେକ୍ଷା କରିଛନ୍ତି ଫଳାଫଳ ଘୋଷଣାକୁ ନେଇ। ମୁର୍ମୁଙ୍କ ଗାଁ ଏକ ବିଜୟ ଶୋଭାଯାତ୍ରା ଯୋଜନା କରିଛି ଓ ଫଳାଫଳ ଘୋଷଣା ପରେ ଲୋକଙ୍କ ମଧ୍ୟରେ ଆଦିବାସୀ ନୃତ୍ୟ ଓ ମିଠା ବଣ୍ଟନ ପ୍ରକ୍ରିୟା କରାଯିବ। ବିଜୟ ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହୋଇଛି ୫୦ କ୍ୱିଣ୍ଟାଲର ଲଡୁ। 

Leave A Reply

Your email address will not be published.