News portal website
before header
[URIS id=5393]

“ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!

0 539

ଭୁବନେଶ୍ବର

ତା-୨୭-୧୦-୨୦୨୦

ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତକାଲି ୬ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ବର ପୁଲିସ। ସେମାନେ ଖବର ପ୍ରସାରଣର ଭୟ ଦେଖାଇ ଜଣେ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଯଦି ଏହାକୁ ସାମ୍ବାଦିକତା ବୋଲିବା, ତେବେ ବସ୍‌ ଷ୍ଟାଣ୍ଡରେ ଗ୍ରାହକ ଗୋଟେଇ ବସ୍‌ କଣ୍ଡକ୍ଟରଙ୍କ ଠାରୁ ବଟି ଆଦାୟ ବରଂ ଶ୍ରେୟସ୍କର।ତେବେ ସାମ୍ବାଦିକତା କ୍ଷେତ୍ରରେ ଏଭଳି ଦାଦାଗିରି ପଛରେ ନକଲି ସାମ୍ବାଦିକ ଓ ସରକାର ସମ ଭାବରେ ଦାୟୀ।

ଗତକାଲି ଭୁବନେଶ୍ବର ଡିସିପି କହୁ କହୁ କହିଦେଲେ ଯେ ଗିରଫ ସାମ୍ବାଦିକମାନଙ୍କର ପୋର୍ଟାଲଗୁଡ଼ିକ ପଞ୍ଜିକୃତ ନୁହନ୍ତି। ସେ ସମ୍ଭବତଃ ଜାଣନ୍ତିନାହିଁ ଯେ ସମ୍ବାଦ, ଓଟିଭି, ଟାଇମ୍ସ ଅଫ୍‌ ଇଣ୍ଡିଆର ଓ୍ବେବ୍‌ ପୋର୍ଟାଲ ଠାରୁ ଆରମ୍ଭ କରି ଆମର ପୋର୍ଟାଲ ଓଡ଼ିଶା ଲିଙ୍କ୍‌ ପର୍ଯ୍ୟନ୍ତ କାହାର ବି ପଞ୍ଜିକରଣ ସଂଖ୍ୟା ନାହିଁ। ଆମେମାନେ କେବଳ ଏକ ପଞ୍ଜିକୃତ ଗଣମାଧ୍ୟମ ଅନୁଷ୍ଠାନ ଦ୍ବାରା ଓ୍ବେବ ପୋର୍ଟାଲ ପରିଚାଳନା କରୁଛୁ, ଯେଉଁ ଅନୁଷ୍ଠାନର ବାଇ-ଲ କହେ ଯେ ସେମାନେ ଖବର ବ୍ୟବସାୟ ସହ ସଂପୃକ୍ତ ହୋଇପାରିବେ, ବା ଅତୀତରେ ହୋଇଛନ୍ତି ବା ସେମାନଙ୍କର ଅନ୍ୟ ପଞ୍ଜିକୃତ ଗଣମାଧ୍ୟମ ଅଛି।

ଅସଲରେ ଖବରକାଗଜ, ପତ୍ରିକା ଓ ଟିଭି ଚାନେଲ ପଞ୍ଜିକରଣ ଭଳି ଓ୍ବେବ୍‌ ପୋର୍ଟାଲ ପଞ୍ଜିକରଣ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଯାଏଁ କୌଣସି ଖସଡ଼ା ପ୍ରସ୍ତୁତ କରିନାହାନ୍ତି।

ମନ ଇଚ୍ଛା ଯିଏ ପାରେ ସିଏ ଘରେ ବସି କେବଳ ମାତ୍ର ଏକ ମୋବାଇଲ ଫୋନ୍‌ରେ, ବା ଲାପଟପ୍‌ ବ୍ୟବହାର କରି ନିଜକୁ ଓ୍ବେବ୍‌ ପୋର୍ଟାଲ ମାଲିକ ବୋଲାଇ ପାରୁଛନ୍ତି। ବଡ଼ ବଡ଼ ଗଣମାଧ୍ୟମ ସଂସ୍ଥା (ଟିଭି ଓ ଖବରକାଗଜ) ଦ୍ବାରା ପରିଚାଳିତ ପୋର୍ଟାଲ ପାଇଁ ଅର୍ଥର କୌଣସି ଅଭାବ ନାହିଁ। ଆଉ କିଛି ପୋର୍ଟାଲ ନିଜର ସ୍ଥିତି ବଞ୍ଚାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ବା ବ୍ୟକ୍ତିବିଶେଷଙ୍କ ପଦଲେହନ କରୁଛନ୍ତି। କିଛି ପୋର୍ଟାଲ ନିରପେକ୍ଷତା ବଜାୟ ରଖି, କଷ୍ଟେମଷ୍ଟେ ପୋର୍ଟାଲ ପରିଚାଳନା କରି ଦିନେ ସରକାର ପୋର୍ଟାଲକୁ ବିଜ୍ଞାପନ ଦେବେ ଏ ଆଶାରେ ବଞ୍ଚିଛନ୍ତି। ଆଉ କିଛି ପୋର୍ଟାଲ ଆଜିର ଗିରଫ ସାମ୍ବାଦିକଙ୍କ ଭଳି ସହଜ ଉପାୟ ଆପଣେଇଛନ୍ତି।

ଶୁଭ୍ରାଂଶୁ ପଣ୍ଡା

(ସଂପାଦକ: ଓଡ଼ିଶା ଲିଙ୍କ)

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ https:/austinnews.in ଲଗଇନ କରନ୍ତୁ।

https:/facebookaustinnews.in

https:/youtubeaustinnews.in

https:/twitteraustinnews.in

Leave A Reply

Your email address will not be published.