News portal website
before header
[URIS id=5393]

ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?

0 579

ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ ଶତପଥୀ………

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୩-ଅଗଷ୍ଟ-୨୦୨୨

ରାଜନୈତିକ ସ୍ତରରେ ଏହାକୁ ଏକ ଛୋଟ ଘଟଣାର ଆଖ୍ୟା ଦିଆଯାଇପାରେ।ହେଲେ ଶ୍ରାବଣର ନିଦାଘ ମାଡରେ ଶାରୀରିକ ଭିନ୍ନକ୍ଷମ,ବିକଳାଙ୍ଗ,ପିଲାଟିର ପରିବା ବ୍ଯବସାୟ ହିଁ ତାହାର ପରିବାର ପ୍ରତିପୋଷଣ କରେ ଏହାକୁ ଏଡାଇ ଦିଆଯାଇ ନ ପାରେ।କେଉଁ ପରିସ୍ଥିତି ବିଜଦ ନେତାଙ୍କୁ ବାଧ୍ଯ କଲା କୌଣସି ଦେୟ ନ ଦେଇ,ଧନିଆ ପତ୍ର ନେବା, ଏବଂ ଟଙ୍କା ମାଗିବାରୁ ଉଚ୍ଚ ସ୍ବରରେ ଗର୍ଜନ ତର୍ଜନ କରି, ହାତ ଉଠାଇବାକୁ ପଛଘୁଞ୍ଚା ନଦେବା।ତାହାହିଁ କେବଳ ଅଭିଯୋଗ ହୋଇଥିବା ବିଜୁ ଜନତା ଦଳର ଯାଜପୁର ଉପ-ସଭାପତି,ବଡଚଣା ବିଜଦ,ନିର୍ବାଚନ କୋର କମିଟିର ଅଧ୍ଯକ୍ଷ,ତଥା ପୂର୍ବତନ ଜିଲ୍ଲା ପରିଷଦ, ଶ୍ରୀଯୁକ୍ତ ଶାରଦା ମହାନ୍ତିଙ୍କୁ ଜଣାଥିବ।

ଏଭଳି ଏକ ଅସ୍ବାଭାବିକ ଘଟଣା ଘଟିଛି ବାଲିଚନ୍ଦ୍ରପୁର ପରିବା ବଜାରରେ।ପତରାଜପୁର ସିଂହ ସାହି ଗ୍ରାମର ଜଗବନ୍ଧୁ ସିଂହଙ୍କ ଶାରୀରିକ ଭିନ୍ନକ୍ଷମ ପୁଅ ସଂଜୟ କୁମାର ସିଂହ ପରିବା ବିକୁଥିବା ସମୟରେ ନାନପୁର ଗ୍ରାମର ଶାରଦା ପ୍ରସାଦ ମହାନ୍ତି ପିଲାଟି ପାଖରୁ ଧଣିଆ ପତ୍ର ନେବା ପାଇଁ ବସନ୍ତି।ଭିନ୍ନକ୍ଷମ ବ୍ଯବସାୟ ଟଙ୍କା ମାଗିବାରୁ ଉଚ୍ଚ ସ୍ବରରେ ଅଶ୍ଲିଳ ଭାଷା ଏବଂ ଗାଳିଗୁଲଜ କରିବା ସହ,ଧମକ ଚମକ ଦେବାର ଅଭିଯୋଗ ହୁଏ ବାଲିଚନ୍ଦ୍ରପୁର ଥାନାରେ।

ନେତାଙ୍କ ସ୍ପଷ୍ଟୀକରଣ ପାଇଁ ଅଷ୍ଟିନ୍ ନ୍ୟୁଜ୍ ତରଫରୁ ଯୋଗାଯୋଗ କରା ଯାଇଥିଲେ ମଧ୍ଯ ସମ୍ଭବ ହୋଇପାରି ନ ଥିଲା।କେସ ନମ୍ବର ୨୭୪/୨୨ ଦଫା ୩୪୧,୨୯୪,୩୨୩ ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବାର ଥାନା ଅଧୀକାରୀ ସୂଚନା ଦେଇଛନ୍ତି।ଅପରପକ୍ଷରେ ମୋ ସରକାର ସରକାର ଓପରେ କି କାର୍ଯ୍ଯାନୁଷ୍ଠାନ ନେଇ ଭିନ୍ନକ୍ଷମ ପିଲାଟିକୁ ନ୍ଯାୟ ଦେଉଛି, ପିଲାଟିର ପରିବାର ସମେତ ଜନସାଧାରଣ ଅପେକ୍ଷା କରିଥିବା ବେଳେ…..

ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି।ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ ଶତପଥୀ।ସେ ମଧ୍ଯ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଜନନୀତିକୁ ବିଚାର କରି ଅନେକ ସମୟରେ ଦଳୀୟ ନେତା ସଖା ସହୋଦରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନେଇଥିବାର ରାଜନୈତିକ ଇତିହାସ କହେ……..

ଶାରଦା ପ୍ରସାଦଙ୍କ କ୍ଷେତ୍ରରେ ଅମର ପ୍ରସାଦ ଦଳୀୟ କାର୍ଯ୍ଯାନୁଷ୍ଠାନ ଛାଟ ଦେବେ କି ନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ, ବଡଚଣା ବିଜଦ ଉପରେ ପଡିଥିବା ଛିଟାକୁ ସଫା କରୁଛନ୍ତି କି ନାହିଁ ବଡଚଣା ବାସୀଙ୍କ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.