News portal website
before header
[URIS id=5393]

ଓ୍ବେବପୋର୍ଟାଲ “ସାମ୍ବାଦିକ” ଗିରଫ;ତଦନ୍ତ ଜାରି।

0 483

ଭୁବନେଶ୍ବର

ତା-୨୬-୧୦-୨୦୨୦

ବିଭିନ୍ନ ସମୟରେ ସାମ୍ୱାଦିକ ମାନଙ୍କୁ ନେଇ ଲାଗି ରହେ ସମସ୍ୟା।ନକଲି ଅସଲି,ବେଳେ ବେଳେ ସାଧାରଣ ଜନତାଙ୍କୁ ସମସ୍ଯାରେ ପକାନ୍ତି ଏ ସାମ୍ବାଦିକ ମାନେ। ତେବେ ଏଭଳି ପରିସ୍ଥିତିରେ କମିସନରେଟ ପୋଲିସ ଚଢାଉକରି ପ୍ରଥମ ପର୍ଯ୍ୟାୟରେ ୬ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ୱର ଅଞ୍ଚଳରୁ।

ଓ୍ବେବ ଚ୍ଯାନେଲକୁ ଢାଲ କରି ବେଶ୍ ଭଲ ଦି’ପଇସା ରୋଜଗାର କରୁଥିବା ୬ସାମ୍ବାଦିକଙ୍କ ପାଇଁ ଅଡୁଆ ବଢିଛି । ଏମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ ।ସୂଚନାଯୋଗ୍ୟ ଏକ ଘିଅ କମ୍ପାନିର ମାଲିକଙ୍କୁ ଲକ୍ଷାଧିକ ଟଙ୍କା ବଟି ମାଗିବା ଅଭିଯୋଗରେ ୫ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ ଘଟଣାରେ ସମ୍ପୃକ୍ତ ସାତଜଣ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘିଅକମ୍ପାନିରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ବଟି ମାଗୁଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଆଜି ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧରୁ ୫ଜଣ ଏକ ୱେବ ଚ୍ୟାନେଲର ସାମ୍ବାଦିକ ଅଟନ୍ତି ।

ଏମାନେ ସମୃକ୍ତ କମ୍ପାନିରୁ ପ୍ରଥମ କିସ୍ତିରେ ୯୯ହଜାର ଓ ଦ୍ୱିତୀୟ କିସ୍ତିରେ ୩୧ହଜାର ଟଙ୍କା ଆଦୟ କରିଥିଲେ । ଏମାନେ ବିନା ପଞ୍ଜିକରଣରେ ୱେବ ଚ୍ୟାନେଲ ଚଲାଉଥିଲେ । ଯାହାକୁ ଢାଲ କରି ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଟଙ୍କା ଆଦୟ କରୁଥିଲେ । ଆଜି ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଦୁଇଟି କାର, ଚାରିଟି ବାଇକ, ୩୧ହଜାର ଟଙ୍କା, ଆଇକାର୍ଡ ଓ ୧୧ଟି ମୋବାଇଲ ପୋଲିସ ଜବତ କରିଛି । ସମ୍ପୃକ୍ତ ଚ୍ୟାନେଲର ଅଫିସ ଉପରେ ମଧ୍ୟ ପୋଲିସ ରେଡ୍ କରିଛି । ସେମାନଙ୍କ ବିରୁଦ୍ଧରେ ଡକାୟତି ମାମଲାରେ ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି । ଏଭଳି ସାମ୍ବାଦିକଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି ଡିସିପି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ https:/austinnews.in କରନ୍ତୁ।

https:/facebookaustinnews.in

https:/youtubeaustinnews.in

https:/twitteraustinnews.in

Leave A Reply

Your email address will not be published.