News portal website
before header
[URIS id=5393]

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା

0 204

ମଧ୍ୟପ୍ରଦେଶର ଝାବୁଆରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ସୂଚନା ମୁତାବକ ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଓଲଟି ପଡିଛି। ଦାହୋଦ ଜିଲ୍ଲାର ମଙ୍ଗ ମହୁଡିରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଘଟିଛି।  ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଲାଇନଚ୍ୟୁତ ହୋଇ ପରସ୍ପର ଉପରେ ଚଢ଼ି ଯାଇଛି। ଟ୍ରେନ୍‌ର ୮ଟି ଗବି ଅପ୍‌, ୮ଟି ବଗି ଡାଉନ୍‌ ଲାଇନ୍‌ ଓ ୬ଟି ବଗି ଅଫ୍‌ ଲାଇନରେ ବିଛାଡି ହୋଇ ପଡିଛି। ଏହି ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ ହୋଇଛି। ସେହିପରି କେକେତ ଟ୍ରେନ୍‌ର ଗତିକୁ ବଦଳାଇ ଦିଆଯିବା ସହ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ସେହିପରି ମଙ୍ଗଳ ମହୁଡିର ଦେଢ଼ କିଲୋମିଟର ଭିତରେ ରେଲୱେର ୨୫ ହଜାର ମେଗା ୱାଟ୍‌ର ମୁଖ୍ୟ ଲାଇନ୍‌ ଛିଡି ଯାଇଛି।

Notice
Leave A Reply

Your email address will not be published.