ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େଙ୍କ ଇସ୍ତଫା ପରେ ମଣିପୁରର ରାଜ୍ୟପାଳ ଲା. ଗଣେଶନ୍ଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରପତି । ଲା. ଗଣେଶନ୍ ଉଭୟ ମଣିପୁର ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ବରେ ରହିବେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ‘ଏନ୍ଡିଏ’ ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼େଙ୍କୁ ଚୟନ କରାଯାଇଛି। ‘ଏନ୍ଡିଏ’ର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ। ବିଜୁ ଜନତା ଦଳ ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଜଣାଇଛି।

