News portal website
before header
[URIS id=5393]

ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ​​ବିଜେପି ଆଗୁଆ ମେୟର ପଦ ଜିତି ଡେବ୍ୟୁ କଲା ଆପ୍‌

0 157

ମଧ୍ୟପ୍ରଦେଶ ସହରାଞ୍ଚଳ ସଂସ୍ଥା ନିର୍ବାଚନ ଫଳାଫଳ ଧୀରେ ଧୀରେ ସାମ୍ନାକୁ ଆସୁଛି। ପ୍ରଥମ ପର୍ଯ୍ୟାୟରେ ୧୧ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟରୁ ବିଜେପି ୭, କଂଗ୍ରେସ ୩ ଓ ଆମ୍ ଆଦମୀ ପାର୍ଟି ଜିତିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆମ୍‌ ଆଦମୀ ପାର୍ଟି ଏବେ ମଧ୍ୟପ୍ରଦେଶରେ ଏଣ୍ଟ୍ରି କରିଛି। ରାଜ୍ୟର ବିନ୍ଧ୍ୟା ଅଞ୍ଚଳରେ ଥିବା ସିଙ୍ଗରୌଲି ମେୟର ପଦକୁ ଆପ୍‌ ପ୍ରାର୍ଥୀ ରାଣୀ ଅଗ୍ରୱାଲ ଦଖଲ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ୩୬ଟି ମ୍ୟୁନିସିପାଲିଟିର ସଂସ୍ଥା ମଧ୍ୟରୁ ୨୭ ଟିରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ୧୭ଟିରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ୫ଟିରେ କେହି ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି । ନିର୍ବାଚନ ଫଳାଫଳରେ ବଡ ସହରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟୁନିସିପାଲିଟି କର୍ପୋରେସନ୍ ଗୁଡିକ ମଧ୍ୟରେ ଭୋପାଳ ଓ ଇନ୍ଦୋରରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ଜବଲପୁର ଓ ଗ୍ୱାଲିଅରରେ ବିଜେପିକୁ ପରାସ୍ତ କରିଛି। ଉଜ୍ଜୟିନୀରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ୫୭ ବର୍ଷ ପରେ ଗ୍ୱାଲିଅରରେ ବିଜେପି ହାରିଛି। ସେପଟେ ଭୋପାଳ ଓ ଇନ୍ଦୋରରେ କଂଗ୍ରେସକୁ ହାର ସାମ୍ନା କରିବାକୁ ପଡିଛି। 

Notice
Leave A Reply

Your email address will not be published.