News portal website
before header
[URIS id=5393]

ଦୂଷିତ ଜଳ ଯୋଗୁଁ କାଶୀପୁରରେ ବ୍ୟାପୁଛି ଝାଡ଼ାବାନ୍ତି

0 138

ରାୟଗଡ଼ା କାଶୀପୁରରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଲାଣି । ତେବେ ପରୀକ୍ଷା ପାଇଁ ଯାଇଥିବା ଜଳ ନମୁନାର ରିପୋର୍ଟରୁ ଜଣାପଡିଛି ଯେ ଦୂଷିତ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଛି । ଅନ୍ୟପକ୍ଷରେ ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଗାଁ ଗାଁରେ ଆକ୍ରାନ୍ତ ରହିଥିବାରୁ କୋରାପୁଟ ମେଡିକାଲ କଲେଜର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାଶୀପୁର, ଟିକିରି, ଶଙ୍କରଡା, ଦୁଡୁକାବାହଲ, କୋଡିପାର ପଞ୍ଚାୟତରେ ଝାଡାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ହେଲାଣି । ରାୟଗଡ଼ାରେ ଥିବା ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଦଳ ଆଜି ଟିକିରି ସମେତ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ପରୀକ୍ଷା ପାଇଁ ବିଭିନ୍ନ ନମୁନା ସଂଗ୍ରହ କରିବେ । ତେବେ ସ୍ୱାସ୍ଥ୍ୟ ବିଭାଗର ମେଡ଼ିକାଲ୍ ଟିମ୍ ଗାଁକୁ ଗାଁ ବୁଲି ଗରମ ପାଣି, ସୁଷମ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । 

Notice
Leave A Reply

Your email address will not be published.