News portal website
before header
[URIS id=5393]

ଅଳିଆ ଗାଡ଼ିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଚାକିରୀରୁ ବିଦା ହେଲେ ସଫେଇ କର୍ମଚାରୀ

0 103

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଳିଆ ଗାଡ଼ିରେ ନେବା କାରଣରୁ ଚାଲିଗଲା ଚାକିରୀ। ଜଣେ ସଫେଇ କର୍ମଚାରୀ ଏହି ଦୁଇ ନେତାଙ୍କ ଫଟୋକୁ ଅଳିଆ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ଏହି ସମୟରେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ ଅଟକାଇଥିଲେ। ସେମାନେ ଅଳିଆ ଗାଡ଼ିରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଦେଖିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ। ଏହାକୁ ଅଳିଆ ଗାଡ଼ିରୁ କାଢ଼ିବା ସହ ମୋବାଇଲରେ ପୂରା ଘଟଣାକୁ ରେକର୍ଡ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

Notice
Leave A Reply

Your email address will not be published.