ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ବର୍ତ୍ତମାନ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ପୋଲାଭରମ ବା ଗୋଦାବରୀ ନଈର ପଛୁଆ ପାଣି ଯୋଗୁ ମାଲକାନଗିରି ମୋଟୁ ଅଞ୍ଚଳରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପୁରୁଣା ମୋଟୁ ଓ ମୋଟୁ ଫରେଷ୍ଟ ବିଟ୍ ହାଉସ ତଳ ଏବେ ବି ପାଣିରେ ବୁଡି ରହିଛି। ଗତକାଲି ଗୋଦାବରୀ ନଦୀର ଜଳସ୍ତର ୮୦ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଥିବା ବେଳେ ଆଜି ଏହା ୬୪ ଦଶମିକ ୮୦ ଫୁଟକୁ ଖସି ଆସିଛି। ହେଲେ ଏବେ ବି ତିନି ନମ୍ବର ବିପଦ ସଙ୍କେତଠାରୁ ୧୨ ଫୁଟ ଉପରେ ପ୍ରବାହିତ ହେଉଛି।

