News portal website
before header
[URIS id=5393]

ଏଣିକି ‘ନୋ ମାସ୍କ ନୋ ଗୁଡ୍ସ’

0 183

ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କଡା ନିର୍ଦ୍ଦେଶନାମା ଜାରି କରିଛି ବିଏମସି। ଏଣିକି ଆଉ ମାସ୍କ ନପିନ୍ଧିଥିଲେ ଗ୍ରାହକଙ୍କୁ ଜିନିଷ ନଦେବା ପାଇଁ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୋକାନ ଆଗରେ ‘ନୋ ମାସ୍କ ନୋ ଏଣ୍ଟ୍ରି’, ‘ନୋ ମାସ୍କ ନୋ ଗୁଡ୍ସ’ ଲେଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ମାସ୍କ ପିନ୍ଧିନଥିଲେ ତେଲ ନଦେବାକୁ ପେଟ୍ରୋଲ ପମ୍ପ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛି ବିଏମସି। ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। 

Notice
Leave A Reply

Your email address will not be published.