News portal website
before header
[URIS id=5393]

ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି

0 155

ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି  AAP ସାଂସଦ ସଞ୍ଜୟ ସିଂ । ସେ କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ AAP ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ।  ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ କିନ୍ତୁ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବୁ । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଭାରତର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ 18 ଜୁଲାଇରେ ହେବ ଏବଂ ଫଳାଫଳ 21 ଜୁଲାଇରେ ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏନଡିଏ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପ୍ରଥମ ମହିଳା ତଥା ଆଦିବାସୀ ରାଜ୍ୟପାଳ ଥିଲେ।  ସେ ଦୀର୍ଘ ସମୟ ଧରି (ଛଅ ବର୍ଷରୁ ଅଧିକ) ଝାଡଖଣ୍ଡର ରାଜ୍ୟପାଳ ଥିଲେ।

Notice
Leave A Reply

Your email address will not be published.