News portal website
before header
[URIS id=5393]

ରାଜ୍ୟର କେତେ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ?

0 140

ରାଜ୍ୟର କେତେ ଶିଶୁ ରହୁଛନ୍ତି ରାସ୍ତା କଡ଼ରେ ? ଆଜି ବିଧାନସଭାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସେ କହିଛନ୍ତି ଯେ, ଏବେ ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଜୀବନ ଅତିବାହିତ କରୁଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ଯାଜପୁର ଜିଲ୍ଲା ରହିଛି । ଯାଜପୁରରେ ୩୦ ଜଣ ଶିଶୁ ରାସ୍ତାକଡରେ ଜୀବନ କାଟୁଛନ୍ତି ।ବିଧାୟକ ପ୍ରଫୁଲ ସାମଲ ପ୍ରଶ୍ନ କରିଥିଲେ ଯେ , ରାସ୍ତାକଡର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ ଦୂରେଇ ରହିବେ ଓ ଭଲ ମଣିଷ ହେବେ ସେଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ?

Leave A Reply

Your email address will not be published.