ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ। ଗୋଟିଏ ମାମଲାରେ ଜାମିନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜୁବୈରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ସୁପ୍ରିମକୋର୍ଟ ଆଜି ଗୋଟିଏ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ସୀତାପୁର ମାମଲାରେ ଜୁବୈରଙ୍କୁ ଜାମିନ ମିଳିଥିଲା। ଆଜି ଦିଲ୍ଲୀ ପୁଲିସ୍ ରୁଜୁ କରିଥିବା ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ତାଙ୍କ ନାଁରେ ଆହୁରି ଅନେକ ମାମଲା ଥିବାରୁ ସେ ଏବେ ଜେଲରୁ ଖଲାସ ହୋଇପାରିବେ ନାହିଁ।

