News portal website
before header
[URIS id=5393]

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

0 137

ବିଧାନସଭାର ଶୂନ୍ୟକାଳରେ ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ପଡୋଶୀ ଆନ୍ଧ୍ର ସରକାର ସୀମାବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି। କିନ୍ତୁ ଓଡିଶା ସରକାର ସବୁବେଳେ ତଥାକଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ। ଆମ ପାଖରେ ଖବର ନାହିଁ। ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି ବୋଲି ସେ ପଚାରିଛନ୍ତି।  ସେହିପରି ବିଜେଡି ବିଧାୟକ ଅମର ଶତପଥୀ ପଚାରିଛନ୍ତି ଯେ କୋଟିଆର ବର୍ତ୍ତମାନ ସ୍ଥିତି କଣ ? ଆନ୍ଧ୍ର ଯେଉଁ ସହାୟତା ରାଶି ଓଡ଼ିଶାର ଲୋକମାନଙ୍କୁ ଯୋଗାଇ ଦେଉଥିବାର ଅଭିଯୋଗ ହେଉଛି ତାହାର ସତ୍ୟତା କେତେ ? 

Leave A Reply

Your email address will not be published.