ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଏକ ସାଂଘାତିକ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ। ସେ କହିଛନ୍ତି ଯେ ଲିକ୍ ପଛରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସଂପୃକ୍ତ ଏକ୍ଜାମିନର ଥିଲେ। ସଂପୃକ୍ତ ଏକଜାମିନର ଓ ତାଙ୍କ ଅଧ୍ୟକ୍ଷଙ୍କୁ ଡକାଯାଇଛି ଏହାର ତଦନ୍ତ ହେବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାକି ଥିବା ପରୀକ୍ଷା ଗୁଡ଼ିକ ଆଉ ପୂର୍ବପ୍ରସ୍ତୁତ ପ୍ରଶ୍ନପତ୍ରରେ ହେବ ନାହିଁ। ଏଥିପାଇଁ ସାନି ପ୍ରଶ୍ନପତ୍ର କରାଯିବ, ଇ-ମେଲରେ କଲେଜକୁ ପଠାଯିବ।

ଏବଂ ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ, କଲେଜରେ ପ୍ରିଣ୍ଟଆଉଟ ବାହାରିବ।
