News portal website
before header
[URIS id=5393]

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା

0 174

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଦୀନବନ୍ଧୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ସାପାଗଡ଼ିଆ ଗାଁରେ। ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାପାଗଡ଼ିଆ ଗାଁର ଦୀନବନ୍ଧୁ ମଣ୍ଡଳ। ଦୀନବନ୍ଧୁ ଘରୋଇ ବ୍ୟାଙ୍କରୁ ଋଣ ସୁଝି ପାରିନଥିଲେ। ଆଜି କିସ୍ତି ଟଙ୍କା ଦେବାର ଥିବା ବେଳେ ସେ ଦେଇ ପାରିନଥିଲେ। ଏନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସାବିତ୍ରୀ ପୁଅକୁ ସ୍କୁଲକୁ ଆଣିବାକୁ ଯାଇଥିବା ବେଳେ  ଦୀନବନ୍ଧୁ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯାଜପୁର ପୁଲିସ ଘଟଣାର ତଦନ୍ତ କରୁଛି।

Notice
Leave A Reply

Your email address will not be published.