News portal website
before header
[URIS id=5393]

ନନ୍ଦନକାନନରେ ବଢ଼ୁଛି ସିମ୍ପାଞ୍ଜିଙ୍କ ସଂଖ୍ୟା

0 158

ଓଡ଼ିଶାର ନନ୍ଦନକାନନରେ ବୃଦ୍ଧି ପାଉଛି ବିଲୁପ୍ତ ସିମ୍ପାଞ୍ଜିଙ୍କ ସଂଖ୍ୟା। ଏହି ବିରଳ ମାନବାକୃତି ପ୍ରାଣୀକୁ ବଞ୍ଚାଇ ରଖିବାକୁ ୧୯୬୦ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ବିଗତ ୨୮ ବର୍ଷ ମଧ୍ୟରେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୨ରୁ ୧୩କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ ବିଭିନ୍ନ ଚିଡ଼ିଆଖାନାରେ ୨୫ଟି ସିମ୍ପାଞ୍ଜି ଥିବା ବେଳେ କେବଳ ନନ୍ଦନକାନନ‌ରେ ୮ଟି ଅଛନ୍ତି। ସିଙ୍ଗାପୁରରୁ ଆସିଥିବା ୨ ସିମ୍ପାଞ୍ଜିଙ୍କ ମିଳନରୁ ବଂଶ ବୃଦ୍ଧି ଘଟି ୧୩ ହୋଇଥିବା ବେଳେ ୩ଟିର ମୃତ୍ୟୁ ହୋଇଛି ଓ ୨ଟିକୁ ଅନ୍ୟ ଚିଡ଼ିଆଖାନାକୁ ଦିଆଯାଇଛି। ତେବେ ନନ୍ଦନକାନନରେ ବଢ଼ୁଥିବା ସିମ୍ପାଞ୍ଜି ସଂଖ୍ୟା ସମବଂଶୀୟ(ଗୋଟିଏ ଅଣ୍ଡିରାଠାରୁ) ହୋଇଆସୁଥିବାରୁ ଆଗକୁ ଛୁଆଗୁଡ଼ିକ ରୋଗିଣା ହେବା ଆଶଙ୍କା ରହିଛି । ଏ ନେଇ ଅନେକ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।  

Notice
Leave A Reply

Your email address will not be published.