News portal website
before header
[URIS id=5393]

ଓଡିଶାରେ ପଶିଲା ପୋଲାଭରମର ପାଣି

0 221

ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ଗତକାଲି ରାତିରୁ ମୋଟୁ ମଧୁସୂଦନ ପାର୍କ ଭିତରେ ପାଣି ପଶିଛି। ପୋଲାଭରମର ପଛୁଆ ପାଣି ଯୋଗୁଁ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆସିପାରେ ବୋଲି ଅନୁମାନ କରାଯାଉଛି। ଗୋଦାବରୀ ନଦୀ ଅସ୍ବାଭାବିକ ଭାବେ ଫୁଲିବାରୁ ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଠିକ୍‌ ରୂପେ ଜଳ ନିଷ୍କାସନ ହୋଇପାରୁନି। ମୋଟୁ ଓ ଚିନ୍ତୁର ମଝିରେ ଥିବା କାଲେରୁ ଗ୍ରାମର ଅନେକ ଘର ବି ବୁଡ଼ି ଗଲାଣି। ଗୋଦାବରୀ ଉପର ମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ସ୍ଥିତିରେ ସୁଧାର ଆସିବ ପାଇଁ ସମୟ ଲାଗିବ। ତେଣୁ ଆଗକୁ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି। 

Notice
Leave A Reply

Your email address will not be published.