News portal website
before header
[URIS id=5393]

ଗୋଟିଏ ରୁମ୍ ରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ, ପାଳି କରି ପଢ଼ାଉଛନ୍ତି ୩ ଶିକ୍ଷକ

0 164

ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରୁଛନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ ମୂଳ ସମସ୍ୟାର ସମାଧାନ ହେଉ ପାରୁ ନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ସ୍କୁଲ ଘର ନାହିଁ। ତେବେ ଶିକ୍ଷା ବ୍ୟବସ୍ଥାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ କଲୋନିପଡ଼ା ସ୍କୁଲରେ। ଏହି ବିଦ୍ୟାଳୟରେ ଗୋଟିଏ କୋଠରିରେ ୫ଟି ଶ୍ରେଣୀର ୬୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଠାରେ କିଭଳି ଶିକ୍ଷାଦାନ ହେଉଥିବା ତାହା ବିଚାର ସାପେକ୍ଷ। 

Notice
Leave A Reply

Your email address will not be published.