News portal website
before header
[URIS id=5393]

ଦଳୀୟ ଚାନ୍ଦା ଆକାରରେ ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ନେଇଛି ବିଜେଡି : ବିଜେପି

0 209

ପିଏମ୍ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ଆଣିଛି ବିଜେପି। ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଚାଷୀଙ୍କୁ ସେମାନଙ୍କ ବୀମା ପ୍ରାପ୍ୟ ମିଳୁନଥିବାରୁ ତା’ର ପ୍ରତିବାଦରେ ଜୁଲାଇ ୧୬ତାରିଖରେ ବରଗଡ଼ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଦୀର୍ଘଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ବରଗଡ଼ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ ଏଚଡିଏଫସି ଏଗ୍ରୋ ବୀମା କମ୍ପାନୀ ୨୦୨୧-୨୨ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛି । 

Leave A Reply

Your email address will not be published.