
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । ତେବେ ସମ୍ପ୍ରତି ଦେଖାଦେଇଥିବା କୋରୋନା, ଗୁଲାବ ବାତ୍ୟା, ଏବଂ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । କିନ୍ତୁ ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ଘୋଷଣା କ୍ରମେ ସେପ୍ଟେମ୍ବର ୩୦ରେ ପିପିଲି ଉପ ନିର୍ବାଚନ ହେବ।
ମଙ୍ଗଳବାର ନିର୍ବାଚନ କମିଶନର ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଓ ୩ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଉପନିର୍ବାଚନ ପାଇଁ ଅକ୍ଟୋବର ପହିଲାରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧ରୁ ୮ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଅକ୍ଟୋବର ୧୧ ତାରିଖ ଦିନ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଆସାମ, ବିହାର ଓ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୬ ଶେଷ ତାରିଖ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
