ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ଆଫଗାନିସ୍ତାନରେ ଏବେ ତାଲିବାନ ଶାସନ। ଅକଥନୀୟ ଅତ୍ୟାଚାର ସାଙ୍ଗକୁ ସରିଆ ଲ, ଏସବକୁ ଦେଖି ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡ଼ି ପଳାୟନ କଲେ। ଆମେରିକା ସେନା ଆଫଗାନିସ୍ଥାନ ଛିଡା ଚାଲିଯିବା ପରେ ଆନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ ହୋଇ ପାରୁନି। ଏବେ ତାଲିବାନ ସରକାର ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିଭିନ୍ନ ଦେଶକୁ ପ୍ରସ୍ତାବ ଦେବା ଆରମ୍ଭ କରିଛି। ପ୍ରଥମ ଥର ପାଇଁ ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ତାଲିବାନ ଭାରତ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ତାଲିବାନ ଲେଖିଥିବା ଏହି ଚିଠିରେ ଉଲ୍ଲେଖ ରହିଛି ଯେ ଯେ, “ଆପଣ ଭଲ ଭାବରେ ଜାଣିଛନ୍ତି କି ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଆମର କତାର ଭାଇଙ୍କ ବୈଷୟିକ ସହାୟତା ଦ୍ବାରା ବିମାନବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି ଏବଂ ଏ ବାବଦରେ ଏକ ନୋଟିସ୍ ସେପ୍ଟେମ୍ବର ୬, ୨୦୨୧ରେ ଜାରି କରାଯାଇଥିଲା। “
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
