
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ବହୁ ଚର୍ଚ୍ଚିତ ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ଦର୍ଶାଇ ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, SI ତଅପୋଇ ନାୟକ ବଳଙ୍ଗା ଥାନା ଦାୟିତ୍ବରେ ଥିଲେ । ତେବେ ଥାନାର ମାଲଖାନାରେ ବିସ୍ଫୋରକ ପଦାର୍ଥ ଥିବାନେଇ ସେ ନୂଆ ଅଧିକାରୀଙ୍କୁ ଜଣାଇନଥିବା କାରଣରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା । କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଥିଲା ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
