News portal website
before header
[URIS id=5393]

ଟୀକାକରଣ କ୍ଷେତ୍ରରେ ଆଉ ଏକ ସଫଳତା : ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କୋଭିଡ୍ ଟିକାକରଣ

0 153

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧

କୋଭିଡ୍ ଟିକାକରଣ କ୍ଷେତ୍ରରେ ଓଡ଼ିଶା ହାସଲ କଲା  ଆଉ ଏକ ମାଇଲଷ୍ଟୋନ୍ । ଏଯାବତ୍ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ଶେଷ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେପଟେ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଏହି କାମରେ ଓଡ଼ିଶାବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଛି। ରାଜ୍ୟରେ ୩ କୋଟି ଟୀକାକରଣ ନେଇ ରେକର୍ଡ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ଏଭଳି ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.