News portal website
before header
[URIS id=5393]

ଯୁବକଙ୍କ ଗଳା କାଟି ହତ୍ୟା !

0 308

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧

ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି  ଖେଳପଡ଼ିଆରୁ  । ସେଠାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ମୃତ ଯୁବକ ଜଣଙ୍କ ନାଁ ହେଉଛି ମହମ୍ମଦ କାସିମ। 

ତେବେ ଏଯାବତ୍ ମିଳିଥିବା ସୂଚନା ମୁତାବକ, ମହମ୍ମଦ ବରଗଡ଼ ଡେମକଲୋନୀ ନିକଟସ୍ଥ ଲେଦ ଗ୍ଯାରେଜ୍ ରେ କାମ କରନ୍ତି। ତେବେ ଗତ କାଲି କାମ କରିବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ବହୁତ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। ତେବେ ଆଜି ସକାଳୁ ଅମ୍ବାପାଲି ଖେଳପଡ଼ିଆରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ମହମ୍ମଦଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ  କରୁଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.