ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧
ସିପିଆଇ ନେତା କହ୍ନୈୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଉଭୟ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି। ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମେବାନୀ ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ରାହୁଲଙ୍କ ଗାନ୍ଧିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, କେକେ ଭେନୁଗୋପାଲ ଓ ଅନ୍ୟ ପ୍ରମୁଖ ନେତାମାନେ ସେଠାରେ ଉପସ୍ଥିତ ରହିଥିଲେ। ତେବେ ବିହାର ରାଜନୀତିରେ କହ୍ନେୟା କୁମାରଙ୍କୁ କଂଗ୍ରେସ ଗୁରୁ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ଭାଷଣ ପାଇଁ କହ୍ନେୟା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ସିପିଆଇ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା। ବିଜେପି ନେତା ଗିରିରାଜ ସିଂହଙ୍କ ଠାରୁ ସେ ପରାସ୍ତ ହୋଇଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
