
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପଞ୍ଜାବ କଂଗ୍ରେସରେ ପୁଣି ସଙ୍କଟ। କିଛି ସମୟ ପୂର୍ବରୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ ପିସିସି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏ ସମ୍ପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ସୋନିଆଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ପଞ୍ଜାବର ଭବିଷ୍ୟତ ପାଇଁ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ଲେଖିଛନ୍ତି। ଏତଦ୍ ବ୍ୟତୀତ ସେ କଂଗ୍ରେସରେ ରହିବେ ବୋଲି ମଧ୍ୟ ଲେଖିଛନ୍ତି।
ତେବେ ସିଦ୍ଧୁଙ୍କ ଏଭଳି ହଠାତ୍ ଇସ୍ତଫା ଦେବାକୁ ନେଇ ସମସ୍ତେ ଚକିତ ହୋଇଛନ୍ତି। କୁହାଯାଉଛି ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ରହିଛି। କ୍ୟାବିନେଟ୍ ବିସ୍ତାରରେ ତାଙ୍କ ଲୋକ ନଥିବାରୁ ସେ ନାରାଜ ଥିଲେ। ମାତ୍ର ୭୨ ଦିନ ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ସେ ବିଜେପିରେ ସାମିଲ୍ ହେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
