
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଓଡ଼ିଶାରେ ବାତ୍ୟା ‘ଗୁଲାବ’ ସେଭଳି କୌଣସି ବଡ ପ୍ରଭାବ ପଡ଼ି ନାହିଁ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ, ବାତ୍ୟା ‘ଗୁଲାବ’ ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ହୋଇନି ବଡ଼ ପବନ । ‘ଗୁଲାବ’ ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଏବଂ ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ର ବିନ୍ଦୁ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନାନୁସାରେ ଆଉ ୨ରୁ ୩ ଘଣ୍ଟା ଭିତରେ ବାତ୍ୟା ‘ଗୁଲାବ’ର ପ୍ରଭାବ ଓଡ଼ିଶାରୁ ସମ୍ପୂର୍ଣ୍ଣ ପଳାଇବ ।
ଏସାରସି କହିଛନ୍ତି ଯେ, ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରପୁଟ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ତେବେ ଏହି ସବୁ ଜିଲ୍ଲାରେ ଅଳ୍ପ ବର୍ଷା ହେବା ସହ କମ୍ ପବନ ହୋଇଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ୮୩ ମିମି, ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୫ ମିମି ବର୍ଷା ରେକର୍ଡ ହୋଇଛି।
ମାଲକାନଗିରି ଜିଲ୍ଲାରେ ୫୦ରୁ ୬୦ଗଛ ଉପୁଡ଼ି ପଡ଼ିଥିଲା ଏବେ ସେହି ସ୍ଥାନରୁ ପୁନଃରୁଦ୍ଧାର କରାଯାଇଛି । କୋରାପୁଟରେ ଭୂସ୍ଖଳନ ହୋଇଥିଲା ସେଠାରେ ବି କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
