
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କୋଇମ୍ବାଟୁର୍ ଏୟାର୍ଫୋର୍ସ କଲେଜରୁ। ଏଠାରେ ଥିବା ଭାରତୀୟ ବାୟୁସେନାର ଜଣେ ଲେଫ୍ଟ୍ନାଣ୍ଟ୍ଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ ଟ୍ରେନିଂ ନେବା ପାଇଁ ୩୦ଜଣ ବାୟୁସେନା ଅଧିକାରୀ ଅଗଷ୍ଟ ମାସରେ କୋଇମ୍ବାଟୁର୍ ଏୟାର୍ଫୋର୍ସ କଲେଜରେ ପହଞ୍ଚିଥିଲେ। ସେପ୍ଟେମ୍ବର ୧୦ ତାରିଖ ଦିନ ସେଠାରେ ବାସ୍କେଟ୍ ବଲ୍ ଖେଳୁଥିବା ସମୟରେ ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେଣୁ, ଶୋଇବା ପୂର୍ବରୁ ଉକ୍ତ ମହିଳା ଅଧିକାରୀ ଜଣକ ପେନ୍କିଲର୍ସ ଖାଇଥିଲେ।
ରାତି ଅଧରେ ନିଦ ଭାଙ୍ଗି ଯିବାରୁ ସେ ନିଜକୁ ବିବସ୍ତ୍ର ଅବସ୍ଥାରେ ଦେଖି ଚକିତ ହୋଇ ଯାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଉକ୍ତ ଅଭିଯୁକ୍ତ ବାୟୁସେନା ଅଧିକାରୀ ଜଣକ ମଧ୍ୟ ବିବସ୍ତ୍ର ଅବସ୍ଥାରେ ତାଙ୍କ ପାଖରେ ଶୋଇଥିଲେ।
ଏହାପରେ, ମହିଳା ଅଧିକାରୀ ଜଣକ ଉପରିସ୍ଥ ଅଧିକାରୀମାନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ତେଣୁ, ସେ କୋଏମ୍ବାଟୁର୍ ସିଟି ପୁଲିସ୍ କମିସନର୍ଙ୍କ ନିକଟରେ ଅଭିଯୋଗ କରି ଥିଲେ। ଏହା ପରେ ଗାନ୍ଧୀପୁରମ୍ ଅଲ୍ ୱିମିନ୍ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆଧାରରେ ଅଭିଯୁକ୍ତ ଲେଫ୍ଟ୍ନାଣ୍ଟ୍ଙ୍କୁ ଗିରଫ କରାଯାଇ ଗତ କାଲି ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍ ଦିନକ ପାଇଁ ତାଙ୍କୁ ଉଦୁମଲୈପେଟ୍ ଉପକାରାଗାରକୁ ପଠାଇ ଦେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
