
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତଦେହ ମିଳିଛି । ରଘୁନାଥପୁର ନିକଟରୁ ଠାବ ହୋଇଛି ବିଜେବି କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ।
ମିଳିଥିବା ସୂଚନା ଅନୁଯାୟୀ, ମହାନଦୀବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲାର ଡ. ଦେବାଶିଷ ବିଜେବି କଲେଜରେ ଲାବ୍ ଟେକନିସିଆନ୍ ଭାବେ କାର୍ଯ୍ୟରତ ଥିଲେ। ଟାଙ୍ଗୀଠାରେ ତାଙ୍କର ଏକ କୋଚିଂ ସେଣ୍ଟର୍ ମଧ୍ୟ ଅଛି। ସେଠାରେ ସେ ନିୟମିତ ଶିକ୍ଷାଦାନ କରୁଥିଲେ। ରବିବାର ସକାଳ ୮ଟା ବେଳେ ସେ ଶିଖରପୁରରୁ ଟାଙ୍ଗୀକୁ କାର୍ରେ ଯାଉଥିବା ବେଳେ ପରିସ୍ରା କରିବା ପାଇଁ ମହାନଦୀ ପୋଲ ମଝିରେ କାର୍ ଅଟକାଇବାକୁ ଡ୍ରାଇଭର୍ଙ୍କୁ କହିଥିଲେ। ତେବେ, ପୋଲ ମଝିରେ ପରିସ୍ରା କରି ହେବନାହିଁ ବୋଲି ଡ୍ରାଇଭର୍ କହିବାରୁ ସେ ତାଙ୍କୁ ବାଧ୍ୟକରି କାର୍ ଅଟକାଇଥିଲେ। ଡ୍ରାଇଭର୍ କାର୍ ଅଟକାଇବା ପରେ ସେ କାର୍ରୁ ବାହାରି ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଶେଷରେ ସୋମବାର ଦିନ ରଘୁନାଥପୁର ନିକଟରୁ ଦେବାଶିଷ ଦାସଙ୍କ ମୃତଦେହକୁ ଠାବ କରାଯାଇଛି । ସେପଟେ କଣ ପାଇଁ ଦେବାଶିଷ ମହାନଦୀକୁ ଡେଇଁପଡିଥିଲେ । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
