
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ଓଡିଶା ଟିଭିର କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ସେପ୍ଟେମ୍ବର ୨୪ ତାରିଖ ଦିନ ଅପରେଶନ ଗଜରାଜର କଭରେଜ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ଯେଉଁଥିରେ ହାତୀକୁ ଉଦ୍ଧାର କରିବାକୁ ଯାଇ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ଓଡ୍ରାଫ୍ ବୋଟ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ହାତୀକୁ ପଛଆଡୁ ଘଉଡାଇବାକୁ ଚେଷ୍ଟା କରିବାକୁ ଯାଉଥିବା ବେଳେ ବ୍ୟାରେଜର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ । ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅରନ୍ଦମଙ୍କୁ ଉଦ୍ଧାର କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ପାଣିର ସ୍ରୋତ ପ୍ରଖର ଥିବାବେଳେ ଏଥିରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ ଅରିନ୍ଦମ୍ । ତାଙ୍କୁ ତୁରନ୍ତ ଏସସିବି ନିଆଯାଇଥିଲେ ବି ତାଙ୍କୁ ବଂଚାଯାଇପାରିନଥିଲା ପ୍ରଭାତ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୩ ଦିନ ଚିକିତ୍ସା ପରେ ଆଜି ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସେହି ଦିନ ମୁଣ୍ଡଳୀରେ ଘଟିଥିବା ବୋଟ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା। ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ। ନଦୀର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍ ଟିମ୍, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। କିନ୍ତୁ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଥିଲା। ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
