News portal website
before header
[URIS id=5393]

କୋଟିଆର ଗର୍ଭବତୀ ମହିଳାମାନଙ୍କ ପାଇଁ ଆନ୍ଧ୍ର ସ୍ବାସ୍ଥ୍ଯକର୍ମୀଙ୍କ ସଦଖିଆ ଉତ୍ସବ !

0 293

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ପୁଣି ଥରେ ଓଡିଶାର ସୀମାନ୍ତ ଅଞ୍ଚଳ କୋଟିଆ ଗ୍ରାମରେ ଦାଦାଗିରି ଦେଖାଇଛନ୍ତି ଆନ୍ଧ୍ର ସରକାର। ଏଥର ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ (I.C.D.S.)ଙ୍କ ଦ୍ବାରା ଓଡ଼ିଶାର “ଗର୍ଭବତୀ ମହିଳାମାନଙ୍କ ପାଇଁ ସଦଖିଆ (ତେଲୁଗୁରେ ଶ୍ରୀମନ୍ତମ )ଉତ୍ସବ ପାଳନ କରାଯାଇଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ସୀମା ବିବାଦର ଶୁଣାଣି କରି କହିଥିଲେ ଯେ, ଅକ୍ଟୋବର ମାସ ସୁଦ୍ଧା ଦୁଇ ରାଜ୍ୟ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରନ୍ତୁ। ଏହା ସତ୍ତ୍ବେ ପ୍ରାୟତଃ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ , ଓଡ଼ିଶାର ମୁଖ୍ୟମନ୍ତ୍ରୀ , ଯିଏ ଚିଠି ଲେଖିବାରେ ବିଶ୍ବ କୀର୍ତ୍ତିମାନ ( ଓ୍ବାଲ୍ଡ ରେକର୍ଡ) କରିଛନ୍ତି,ସିଏ ଗୋଟିଏ ଚିଠି ମଧ୍ୟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଲେଖିନାହାନ୍ତି କି ପଦୁଟିଏ କହୁନାହାନ୍ତି । ଓଡ଼ିଶା ସରକାର କାହିଁକି ନିରବ ଦ୍ରଷ୍ଟା, କାହିଁକି ନିର୍ବିକାର, କାହିଁକି ନିର୍ଲିପ୍ତ , କାହିଁକି କେଜାଣି ବିରୋଧୀ ଦଳ ଗୁଡ଼ିକ ମଧ୍ୟ ଏହି ପ୍ରଶ୍ନ କରୁନାହାନ୍ତି, ଏପରିକି କୌଣସି ଗଣମାଧ୍ୟମ,ସିଏ ମୁଦ୍ରିତ ହେଉ ଅବା ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ହେଉ, କେହି ପ୍ରଶ୍ନ କରୁନାହାନ୍ତି, କାହିଁକି ଲୋକେ ମଧ୍ୟ ନିରବ ? କ’ଣ ଆମେ ଆନ୍ଧ୍ର ହାତରେ ଆମର ଖାଉଟି ବଜାର ଟେକି ଦେବା ଭଳି, ଚାଷ ଜମି ଆନ୍ଧ୍ର ବାସୀଙ୍କୁ ଟେକି ଦେବା ଭଳି, ରାଜଧାନୀର ଚାରିପଟେ  ଆନ୍ଧ୍ର ନିର୍ମାଣକାରୀ ସଂସ୍ଥା ( ବିଲ୍ଡର୍ସ) ଙ୍କୁ ଟେକି ଦେବା ଭଳି, ଓଡ଼ିଶା କୁ ଆନ୍ଧ୍ର ପ୍ରଦେଶ କୁ ଟେକି ଦେବା ପାଇଁ ଯୋଜନା କରାଯାଉଛି କି, ଏହି ପ୍ରଶ୍ନ ବାରମ୍ବାର ମନକୁ ଆଘାତ ଦେଉଛି ବୋଲି ସେ କହିଛନ୍ତି ।  ” 

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏଭଳି ଦାଦାଗିରିର ଚିତ୍ର ସାମ୍ନାକୁ ଆସିଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.