News portal website
before header
[URIS id=5393]

CITU ର ଭୁବନେଶ୍ୱରରେ ବିକ୍ଷୋଭ

0 178

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୭-୦୯-୨୦୨୧

ଆଜି ଭାରତ ବନ୍ଦ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱରର ଆଇଗେଣିଆ ନିକଟ ଜାତୀୟ ରାଜପଥରେ CITU ର ଶହଶହ ସାଥୀ ଓ TUCI ସାଥୀଙ୍କ ଦ୍ୱାରା ବନ୍ଦ ପାଳନ କରାଯାଇଛି।

କେନ୍ଦ୍ରର ମୋଦୀ ସରକାରଙ୍କ 3 ଟି କୃଷକ ବିରୋଧୀ କଳା କୃଷି ଆଇନି, 4 ଟି ଶ୍ରମିକ ବିରୋଧୀ ଶ୍ରମ କୋଡ଼ ଓ ଦରଦାମ ବୃଦ୍ଧି ବିରୁଦ୍ଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ 2 ଘଣ୍ଟା ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

CITU ର ନେତା ପ୍ରଦୀପ୍ତ ନାୟକ, ବସନ୍ତ ସାହୁ ଓ DYFI ର ଯୁବ ନେତା ଆମ୍ବୁଜ ନାଥ ଙ୍କ ସମେତ ପୋଲିସ ପ୍ରାୟ 300 ରୁ ଅଧିକ କର୍ମୀ ଙ୍କୁ ଗିରଫ କରି ପରେ ଛାଡି ଦେଇଥିଲେ। ଅପରପକ୍ଷରେ CITU  ଭୁବନେଶ୍ୱରର ଓୟୁଏଟି ୱାର୍କରସ ୟୁନିୟନ ସମ୍ପାଦକ ସାଥୀ ସତ୍ୟନାରାୟଣ ନାୟକ ଶିରୀପୁର ଛକ ରେ ନେତୃତ୍ୱ ନେଇଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.