
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଜମୁଛି ପିପିଲି ନିର୍ବାଚନୀ ପ୍ରଚାର। ମାଳମାଳ ନେତା ମନ୍ତ୍ରୀ ଏବେ ପିପିଲି ମୁହାଁ। ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଏହି କ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ନିର୍ବାଚନ ପ୍ରଚାରର ଶେଷ ଦିନ ୨୭ ତାରିଖରେ ସାସଂଦ ଷଡଙ୍ଗୀ ପିପିଲି ଏନ୍ଏସିର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଆଶ୍ରୀତଙ୍କ ପାଇଁ ଭୋଟ୍ ମାଗିବା ସଙ୍ଗେ ସଙ୍ଗେ ପଥପ୍ରାନ୍ତ ସଭାରେ ଭୋଟ୍ ପ୍ରଚାର କରିବେ। ଏଥିପାଇଁ ଆଜି ଦଳ ପକ୍ଷରୁ ମାଇକ୍ ଯୋଗେ ପୌରାଞ୍ଚଳରେ ପ୍ରଚାର କରାଯାଇଛି।
ଅପରପକ୍ଷରେ ସେପ୍ଟେମ୍ବର ୩୦ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟିଙ୍କ ଶେଷ ପ୍ରଶିକ୍ଷଣ ଗତ କାଲି ଶେଷ ହୋଇଛି। ସେପ୍ଟମ୍ବର ୨୮ରେ ୧୪ଶହ ପୋଲିଂ ପାର୍ଟି ପିପିଲି ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ପୁରୀ ପେଣ୍ଠକଟାସ୍ଥିତ ୱେୟାର ହାଉସଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
