
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ସାମୁଦ୍ରିକ ଝଡ଼ ‘ଗୁଲାବ୍’ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ବିଶେଷ କରି ଏହି ସାମୁଦ୍ରିକ ଝଡ଼ ପାଇଁ ଗଞ୍ଜାମ ,ଗଜପତି ଜିଲା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବାତ୍ୟା ଆଶଙ୍କା ଯୋଗୁଁ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ ଜିଲାବ୍ୟାପୀ ମୋଟ ୭୦୯ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଶେଷ ସୂଚନା ଅନୁସାରେ ୨୪୧ଜଣ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କ ମଧ୍ୟରୁ ୪୧ଜଣ ଗର୍ଭବତୀ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଏହା ମଧ୍ୟରେ ସାନଖେମୁଣ୍ଡି ବ୍ଲକର ସର୍ବାଧିକ ୧୬ଜଣ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ବେଳେ ସେଥିରୁ ୭ଜଣଙ୍କ ପ୍ରସବ ହୋଇଛି । ଅନ୍ୟ ପକ୍ଷରେ ସୋରଡ଼ା ବ୍ଲକରେ ୮ରୁ ୫ଜଣ, ଶେରଗଡ଼ ବ୍ଲକରେ ୧୪ରୁ ୩ଜଣ, ପୁରୁଷୋତ୍ତମପୁର ବ୍ଲକରେ ୧୩ରୁ ୪ଜଣ, ପୋଲସରା ବ୍ଲକରେ ୭ରୁ ୪ଜଣ, ବେଲଗୁଣ୍ଠା ବ୍ଲକରେ ୯ରୁ ୪ଜଣ,,ପାତ୍ରପୁର ବ୍ଲକରେ ୧୦ରୁ ଜଣେ, ଜଗନ୍ନାଥପ୍ରସାଦ ବ୍ଲକରେ ୧୭ରୁ ଜଣେ, ଗଞ୍ଜାମ ବ୍ଲକରେ ୨୧ରୁ ୫ଜଣ, ବୁଗୁଡ଼ା ବ୍ଲକରେ ୫ରୁ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବେଗୁନିଆପଡ଼ା ବ୍ଲକରେ ୧୧ଜଣରୁ ୪ଜଣ ସନ୍ତାନ ଜନ୍ମ ଦେଇଛନ୍ତି । ବ୍ରହ୍ମପୁର ମହାନଗର ଅଞ୍ଚଳରେ ୫ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଜଣ ସନ୍ତାନ ପ୍ରସବ କରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
