News portal website
before header
[URIS id=5393]

୨୮ରେ ଆଉ ଏକ ଲଘୁଚାପ !

0 149

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ସାମୁଦ୍ରିକ ଝଡ଼ ‘ଗୁଲାବ୍’ ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ‘ଗୁଲାବ’ ଏବେ ବିଶେଷ କ୍ଷୟକ୍ଷତି କରି ନଥିବା ବେଳେ ଆସନ୍ତା କାଲି ଆଉ ଏକ ଲଘୁଚାପର ଆଶଙ୍କା ରହିଛି। ଚଳିତ ମାସରେ ବିପର୍ଯ୍ୟୟକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ପ୍ରଭାବରେ ମଙ୍ଗଳବାରରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.