News portal website
before header
[URIS id=5393]

ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଶପଥ ନେଲେ ଜିତିନ ପ୍ରସାଦଙ୍କ ସମେତ ୭ ମନ୍ତ୍ରୀ

0 141

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

୨୦୨୨ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଯୋଗୀ ମନ୍ତ୍ରୀ ମଣ୍ଡଳରେ ୭ ନୂଆ ମୁହଁ ସାମିଲ ହୋଇଛନ୍ତି । ଗତ କିଛିଦିନ ତଳେ ହାତ ଛାଡ଼ି ପଦ୍ମ ଧରିଥିବା ଜିତିନ୍ ପ୍ରସାଦ, ବିଜେପି ନେତା ପଲଟୁ ରାମ, ଛତ୍ରପାଲ୍ ସିଂହ ଗଙ୍ଗୱାର, ସଂଗୀତା ବଲୱନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଓ ଦିନେଶ ଖଟିକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜିତିନ ପ୍ରସାଦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଅନ୍ୟମାନେ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।  ଜିତିନ ପ୍ରସାଦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟ ୬ ଜଣ ମନ୍ତ୍ରୀୁ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ରାଜଭବନରେ ଏହି ୭ ନେତା ଶପଥ ଗ୍ରହଣ କରିଥିଲେ । 

ତେବେ ଏଠାରେ ସୂଚନାଯୋଗ୍ୟ ଯେ ତୃତୀୟ ଥର ପାଇଁ ଯୋଗୀ ନିଜ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସଂପ୍ରସାରଣ ସହିତ ସମସ୍ତ ଜାତିକୁ ସନ୍ତଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଯୋଗୀ ଆଦିତ୍ୟନାଥ ।  

ତେବେ ମୋଦି ସରକାରରେ ଜଣେ ବ୍ରାହ୍ମଣ ଓ ୬ ଜଣ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ଯୋଗୀ ସରକାରରେ ମଧ୍ୟ ଜଣେ ବ୍ରାହ୍ମଣ ଓ ୬ ଜଣ ଦଳିତଙ୍କୁ ଶପଥ ଦିଆଯାଇଛି। ଜିତିନ୍ ପ୍ରସାଦ ବ୍ରାହ୍ମଣ ସମ୍ପ୍ରଦାୟରୁ ଆସିଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ସମେତ ୨୩ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ଥିବା ୯ ରାଷ୍ଟ୍ର ମନ୍ତ୍ରୀ ଓ ୨୧ ରାଷ୍ଟ୍ର ମନ୍ତ୍ରୀ ଥିଲେ। ରାଜ୍ୟ ବିଧାନସଭାରେ ସଦସ୍ୟ ସଂଖ୍ୟା ୪୦୩ ଅଛି। ନିୟମାନୁସାରେ ୬୦ ଜଣଙ୍କୁ ମନ୍ତ୍ରୀ କରାଯାଇପାରିବ, କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କେବଳ ୫୩ ମନ୍ତ୍ରୀ ଥିଲେ ଏବଂ ୭ ପଦବୀ ଖାଲି ଥିଲା, ଯାହା ଗତ କାଲି ପୂରଣ ହୋଇଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.