News portal website
before header
[URIS id=5393]

କଟକ ଜଗତପୁରରୁ ମୃତ ହାତୀ ଉଦ୍ଧାର…. ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜରୁ ହାତୀଟି ଭାସି ଆସିଥିଲା

0 635

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୬-୦୯-୨୦୨୧

ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ। ଗତ ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍ ରୁ ଭାସି ଯାଇଥିବା ଦନ୍ତା ହାତୀର ମୃତଦେହ ଆଜି ଉଦ୍ଧାର ହୋଇଛି । କଟକ ଜଗତପୁର ନିକଟ ସାତବାଟିଆରୁ ମୃତ ହାତୀର ଶବ ଉଦ୍ଧାର ହୋଇଛି। ରବିବାର ଅର୍ଥାତ୍ ଆଜି ଜୋବ୍ରା ଆନିକଟ୍‌ ନିକଟରେ ଦନ୍ତା ହାତୀର ମୃତଦେହଟି ଲାଗିଥିଲା। 

ଆଜି ସକାଳେ କଟକ ଯୋବ୍ରା ଆନିକଟ ୨୪ ନମ୍ବର ଗେଟ୍ ରୁ ମୃତ ହାତୀର ଦେହଟି ଠାବ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ହାତୀର ଗୋଡ ଦେଖିବାକୁ ମିଳିଥିଲା। ମୃତ ହାତୀଟି ମୁଣ୍ଡଳୀରୁ ଭାସି ଆସିଥିବା ହାତୀ କି ନୁହେଁ ତାହା ସ୍ପଷ୍ଟ ହୋଇନଥିଲା । ପରେ ଜଣାପଡିଥିଲା ଯେ ମୁଣ୍ଡଳୀରୁ ଭାସି ଯାଇଥିବା ଦନ୍ତା ହାତୀର ମୃତ ଦେହ ।

ଉଲ୍ଲେଖଯୋଗ୍ୟ ଯେ , ଗତ ଶୁକ୍ରବାର ଦିନ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ବୋଲି କୁହାଯାଉଥିଲା । ଆଜି ତାହାର ମୃତ ଦେହ ଉଦ୍ଧାର କରାଯାଇଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.