News portal website
before header
[URIS id=5393]

ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଦାବି କଲେ ମୁଖ୍ୟମନ୍ତ୍ରୀ

0 201

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ପ୍ରମୁଖ ପ୍ରସ୍ତାବ ଗୁଡିକ ମଧ୍ୟରେ ରହିଛି – ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର ୩୨୬କୁ ଚାରି ଲେନ୍ ବିଶିଷ୍ଟ କରିବା ପାଇଁ ନବୀନ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ଯାଏଁ ସମାନ୍ତରାଳ ସଡ଼କ ପଥ ହୋଇପାରିବ । 

ଏହାଦ୍ବାରା ସମୟ ବଞ୍ଚିବା ସହ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ଅଧିକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଦୁଇ ଥାକିଆ ରେଳପଥ ନିର୍ମାଣ ହୋଇସାରିଛି। ମାଲକାନଗିରିରୁ ଭଦ୍ରାଚାଲମ୍ ୧୫୩ କିମି ଦୈ ର୍ଘ୍ୟ ଏବଂ ନବରଙ୍ଗପୁରରୁ ଜୁନାଗଡ ୧୧୮ କିଲୋମିଟର ମଧ୍ୟରେ ରେଳପଥ ନିର୍ମାଣ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ସେହିପରି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଞ୍ଚଳଗୁଡିକ ପାଇଁ ମୋବାଇଲ୍ ସଂଯୋଗ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶାରେ ୬୨୭୮ଟି ଗ୍ରାମ ଅଛି, ଯେଉଁଠାରେ ମୋବାଇଲ୍ ସଂଯୋଗ ସୁଯୋଗ ନାହିଁ ତେଣୁ ସେହି ସ୍ଥାନ ଗୁଡ଼ିକରେ ମୋବାଇଲ୍ ଟାୱାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। 

ନିଟ୍, ଆଇଆଇଟି  ଓ ଜେଇଇ ଆଦି ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ଅଧିକ ସଫଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.