News portal website
before header
[URIS id=5393]

ଭିଜିଲାନ୍ସ ପଞ୍ଝାରେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ

0 182

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ଭିଜିଲାନ୍ସ ଜାଲରେ ଥାନା ବାବୁ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପରେ । ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ପଡିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଜମିବାଡି ଵିଵାଦର ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଯାଇଛନ୍ତି ଥାନା ଅଧିକାରୀ। ଆଜି ପୂର୍ବାହ୍ନରେ ଭୂବନେଶ୍ବର ଭିଜିଲାନ୍ସ ଓ ପୁରୀ ଭିଜିଲାନ୍ସ ବିଭାଗ ଟିମ ହାତରେ ଧରାପଡିଛନ୍ତି ଏଏସଆଇ ନାୟକ।

ସୂଚନା ମୁତାବକ, ଗୋପ ଥାନା ଅଧୀନ ଗଣେଶ୍ବରପୁର ପଂଚାୟତ ସୁବର୍ଣ୍ଣପୁର ଗାଁର ମନୋରଂଜନ ଵେହେରାଙ୍କ ଏକ ଜମିବାଡି ବିବାଦ ମାମଲାର ସମାଧାନ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ଫଇସଲା କରିବା ପାଇଁ ଏଏସଆଇ ଥାନା ପରିସରରେ ଥିବା ତାଙ୍କ ଵାସଗୃହରେ ମନୋରଂଜନଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭୂବନେଶ୍ବର ଭିଜିଲାନ୍ସ ଅଫିସକୁ ନେଇ ଯାଇଥିବା ବେଳେ ତାଙ୍କ ବାସଗୃହ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.