News portal website
before header
[URIS id=5393]

ଚାଲିଗଲେ ଅରିନ୍ଦମ ଦାସ

0 383

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୪-୦୯-୨୦୨୧

ଆଉ ନାହାନ୍ତି ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ଆଜି ସକାଳୁ ସକାଳୁ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟି ପଡ଼ିଥିଲା ଓଡ୍ରାଫ୍ ବୋଟ୍। ଏହି ବୋଟ୍ ରେ ଥିଲେ ଅରିନ୍ଦମ। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ। ସେମାନଙ୍କ ମଧ୍ୟରେ ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଥିଲେ। ତେବେ ଓଡ୍ରାଫ୍‌ ଟିମ୍‌, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁର୍ଭାଗ୍ଯ ବଶତଃ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏ ନେଇ କଟକ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ରିସିଭ୍ ଡେଡ୍ ଘୋଷଣା କରିଛନ୍ତି। ଅପରପକ୍ଷରେ କ୍ୟାମେରା ମ୍ୟାନ୍ ପ୍ରଭାତ ସିହ୍ନା ଆଇସିୟୁରେ ଅଛନ୍ତି। ଅରିନ୍ଦମ ଥିଲେ ଜଣେ ସାହସୀ, ନିର୍ଭିକ ସାମ୍ବାଦିକ । କ୍ରାଇମ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅରିନ୍ଦମ ପରେ ଡିଜାଷ୍ଟର ରିପୋର୍ଟର ଭାବେ ସୁପରିଚିତ ହୋଇଥିଲେ । ବନ୍ୟା ଓ ବାତ୍ୟା ସମୟରେ ଘଟଣାସ୍ଥଳରୁ ତାଙ୍କ ରିପୋର୍ଟିଂ ଖୁବ୍ ପ୍ରଶଂସନୀୟ ଥିଲା। ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ” କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ” ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି । “

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.