ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଶରତ ଥାନା ଅଧିନସ୍ଥ ନୁଟ ପଞ୍ଚାୟତର ଜଣେ ଚାଷୀକୁ ଭାଲୁ ରାମ୍ପୁଡ଼ି ଦେଇଅଛି । ସେ ଆଜି ସକାଳୁ ତାଙ୍କର ବିଲକୁ ଯିବା ସମୟରେ ହଠାତ ଭାଲୁଟି ପାଖ ଜଙ୍ଗଲରୁ ଦୌଡ଼ି ଆସି ବଳରାମ ଖଣ୍ଡେଇ (୪୫)କୁ ଆକ୍ରମଣ କରି ଥିଲା । ବଳରାମ ଭାଲୁ କବଳରୁ ମୁକ୍ତି ହେବା ପାଇଁ ଚେଷ୍ଟା କରିଥିଲେ ହେଲେ ଭାଲୁ ତାଙ୍କର ମୁଣ୍ଡକୁ ଜୋରରେ ରାମ୍ପୁଡ଼ି ଦେଇ ଥିଲା
ଲୋକମାନଙ୍କର ଜୋର ଚିତ୍କାର ଶୁଣି ଭାଲୁଟି ତାଙ୍କୁ ଛାଡି ପଳେଇ ଯାଇ ଥିଲା ।ଶରତରେ ଚିକିତ୍ସା ପାଇଁ ବିଶେଷ ସୁବିଧା ନଥିବାରୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ଅଣାଯାଇଥିଲା । ମୁଣ୍ଡରେ ଗଭୀର କ୍ଷତ ହୋଇଛି ଏବଂ ସେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
